Gīta

Se syama chhabi chataka

ସେ ଶ୍ୟାମ ଛବି ଛଟକ

Text

Ghoṣā

ସେ ଶ୍ୟାମ ଛବି ଛଟକ ଦେଖି କେବା ନ ହାରିବ ବୁଦ୍ଧି ବିବେକ

1

ତା ମଧୁର ବଂଶୀସ୍ୱନ ମତି କରେ ଉଚ୍ଛନ୍ନ କୁଳବତୀ ଗୁମାନ ଛାର କେତେ ଏ ମାନ ସେ ଅଭିନବ ଘନ ଜିତ ଅଙ୍ଗଲାବଣ୍ୟ ପ୍ରେମ ମାଦକ

2

ତା ନେତ୍ର ଭଙ୍ଗୀ କଟାରି ଭ୍ରୂଲତା ବାଙ୍କଛୁରୀ ଦେଲା ବେଳରେ ମାରି ମରମେ ଦିଏ ଘାରି ସେ ଦାଉ ସହି କରି ଅଛି କେଉଁ ନାଗରୀ ନ ଲଭି ଦକ

3

ତା ମନ୍ଦ ମନ୍ଦ ହାସ ମଦନ ଚନ୍ଦ୍ରହାସ ମୁରଲୀର ଆଭାସ କରଇ ଧୃତି ନାଶ ଚାହାଁ ଚାହାଁ ଗୋ ରାସରଙ୍ଗିନୀ ସେହି ବାସ ଚୋରା ଛଟକ

4

ଲଳିତା କର ଧରି ଭାଷନ୍ତି ଶ୍ରୀକିଶୋରୀ ସେହି ରୂପ ମାଧୁରୀ ମୋ ନେତ୍ରେ ଅଛି ପୂରି ବେଣୁଧର ବିଚାରି ହେବକି ସେବାକାରୀ ତାଙ୍କ ନଜିକ

Sources

Cite this record


Last updated 2026-11-01. Record as JSON