Syama priti gharabuda re
ଶ୍ୟାମ ପ୍ରୀତି ଘରବୁଡ଼ା ରେ
Text
Ghoṣā
ଶ୍ୟାମ ପ୍ରୀତି ଘରବୁଡ଼ା ରେ ସଙ୍ଗାତ ଶ୍ୟାମ ପ୍ରୀତି ଘରବୁଡ଼ା ନୀପମୂଳେ ରହି ମୁରଲୀ ବଜାଏ ଜାତି କୁଳ ଗୋତ୍ର ଛଡ଼ାରେ
1
ତା ଯେଉଁ ଚାହାଣୀ ପୁଣି ଠିଆ ଠାଣି ଯୁବତୀ ଜ୍ଞାନ ଘଉଡ଼ା ରେ ପତିବ୍ରତା ହେଲେ କେ ନ ଭୁଲିବ କି ଦେଖି ତା ଛବି ମଉଡ଼ା ରେ
2
ମଲ୍ଲୀମାଳ ବେଢ଼ା ସେବତୀ ପାଖୁଡ଼ା କେତକୀ ଦଳେ ସଜଡ଼ା ରେ ଶିଖୀପୁଚ୍ଛ ଗୁଚ୍ଛ ଜ୍ଞାନ କରେ ତୁଚ୍ଛ ସେ ଯେଉଁ ଚନ୍ଦ୍ରିକା ଚୂଡ଼ା ରେ
3
ପ୍ରୀତିପଙ୍କେ ଲାଖି ଯିବୁ ଚନ୍ଦ୍ରମୁଖୀ ପଦ ତେଣିକି ନ ବଢ଼ାରେ ଅପବାଦ ଜଳେ ଭସାଇ ଦେବାକୁ ତା ନେତ୍ର ପ୍ରେମ ଲହଡ଼ା ରେ
4
ନେବ ହୁରୂମତ ସାରିବ ମହତ ଚାଲ ଚାଲ ନୁହଁ ଛିଡ଼ାରେ ବୋଲେ ବେଣୁଧର ସେ ଶ୍ୟାମ ନାଗର ଅଟନ୍ତି କେଡ଼େ ଲେଭଡ଼ାରେ