Gīta

Sarigali laje aja

ସରିଗଲି ଲାଜେ ଆଜ

Text

Ghoṣā

ସଙ୍ଗାତ ରେ, ସରିଗଲି ଲାଜେ ଆଜ କରି ବିଲୋକନ କାଲି କେହି ଘନ ଶ୍ୟାମ ମୁଖ ଦ୍ୱିଜରାଜ

1

ସେ ଶୋଭା ଉଦିତ ସମ୍ଭୋଗରେ ଚିତ୍ତ ପୁରା ନ ଥିବାରୁ ମୋର ରଜନୀ ରଥାଙ୍ଗୀ ଭଙ୍ଗୀ ସିନା ଅଙ୍ଗୀ -କାର କରେ ନିରନ୍ତର ରେ

2

ନୀଳ ସୁଧାସିନ୍ଧୁ ପରି ତ ମୋ ବନ୍ଧୁ ଦିଶୁଥାନ୍ତି ଗୋଟିଯାକ କେବଳ ଅଧର ଚୁମ୍ବିବାରୁ ମୋର ନ ରହଇ ତ ବିବେକ ରେ

3

ମୁଁ ରତିଭବନ ଭିତରେ ମୋହନ ମୂରତିକି ଯତ୍ନେ ଲେଖି ଚୁମ୍ବୁଥିଲି ରଙ୍କ ପରି ହରିଣାଙ୍କ ତୁଲ୍ୟ ମୁଖେ ବୁଜି ଆଖି ରେ

4

ମୋହିତ ହେବାକୁ ସେ ସୁଖ ଅମଳେ ନୋହିଥିଲି ସାବଧାନ କେହି ଆସି ଶ୍ୟାମ ଚୁମ୍ବିଲେ ଚରମ ଦେଶେ ରହି ମୋ ବଦନ ରେ

5

ଲେଖାରେ ହେଲେ ତ ଲେଖାମାନଙ୍କରେ ଲେଖାରେ ନୋହି ସେ ଠାଣି ଝଟ କରି ଅବା ଲିଭାଇ ଦିଅନ୍ତି ଅଟକି ରହିଲା ପାଣି ରେ

6

ଯାହା ହେଲା ମୋର ବାହାର ଭିତର ମନ୍ଦାକ୍ଷ ଭୟରେ ପୂରି ଅଷ୍ଟଦୁର୍ଗ ହରିହୟ ବୋଲେ ଚୋରି ଧରା ପଡ଼ିଗଲା ପରି

Sources

Cite this record


Last updated 2026-11-01. Record as JSON