Gīta

Bhala sindura bindu re

ଭଲା ସିନ୍ଦୂର ବିନ୍ଦୁରେ

Text

Ghoṣā

ଭଲା ସିନ୍ଦୂର ବିନ୍ଦୁରେ ବନ୍ଧୁ ମୋ ମନେ ମଣିଲି ରାହୁ ଭୟେ ସୂର୍ଯ୍ୟ ଆଶ୍ରେ କରିଛି କି ଇନ୍ଦୁରେ

1

ଚନ୍ଦ୍ର ପାଶେ ରହି ଯୁଦ୍ଧ ଆରମ୍ଭିଛି କର୍ଣ୍ଣଫୁଲ କରି ଢାଲ ନାସାନଥ ଚକ୍ର ଧରିଛି କି କରେ ପେଷିବ ଇନ୍ଦ୍ର ପ୍ରଭାଲ

2

ଭ୍ରୂଲତା କମାଣ ଅଞ୍ଜନର ଗୁଣ ଟଙ୍କାର କରେ ପିଛଡ଼ା ନୟନ ଶର ପେଷିଲେହେଁ ଅସୁର ଶରେ ହେବ ତନୁ ପୀଡ଼ା

3

ଅଳକା ଗଡ଼ ଭିତରେ ପଶିକରି ନିର୍ଭୟେ ହୋଇ ରହିଛି ଦନ୍ତହୀରା ଶଲ୍ୟ ହୃଦରେ ଲଗାଇ ଯୁଦ୍ଧେ ଗୁମାନ ବହିଛି

4

କସ୍ତୁରୀପନ୍ତି ପାଶେ ଯାହା ଅଛନ୍ତି ଟୋପି ଟୋପି ଅଟେ ଗୁଳି ନାସା ଗୁଳିରେ ପୂରାଇଣ ମାଇଲେ ହୃଦ ପକାଇ ବଦଳି

5

ଚନ୍ଦ୍ର ସୂର୍ଯ୍ୟ ବେନି ଅଟେ ମହାରଥୀ ହୋଇଛନ୍ତି ଏକଚିତ୍ତ ଏକ ଜଣଙ୍କୁ ଦୁଇଜଣ ହୋଇଲେ ଜିଣିବେନି ସିଂହ ସୁତ

6

ଏଣେ ଚନ୍ଦ୍ର ସୂର୍ଯ୍ୟ ଚଢ଼ି ମନୋରଥ ନାନା ଶସ୍ତ୍ର ଛନ୍ତି ପୂରି ବୋଲେ ରାଜସିଂହ ଏ ମୁଖ ଚୁମ୍ବିଲେ କୋଟି ଯୁଗ ନୁହେଁ ସରି

Sources

Cite this record


Last updated 2026-11-01. Record as JSON