Gīta

Ja ja tu chhuan na

ମୋହନ ଯା ଯା ତୁ ଛୁଅଁନା

Text

Ghoṣā

ମୋହନ ଯା ଯା ତୁ ଛୁଅଁନା

1

ବାରଣପରି ନ ଘେନ ବାରଣ ବାଳକ ପରି ହୋନା ବାର ଆଜ ଶ୍ରୀ ମିତ୍ର ମୁଁ ପୂଜିବି ଅପକୀରତି ବହନା

2

ବାଟ ନିକଟ ନଟବର ନିପଟ ପାଟକ ଗୋପଜାତି ହାଟ ଘାଟରେ ପଶୁପି ଲମ୍ପଟ ପାପ ହେବ ଏବେ ଖ୍ୟାତି

3

ଅନ୍ତର ହୁଅ ଧ୍ୱାନ୍ତ ସହଚର କାନ୍ତ ଆସିବେଟି ମୋର ସ୍ୱାନ୍ତରେ ରଖି ହନ୍ତକ କଂସକୁ କହି ସାରିବେ ସଂସାର

4

ଆଳି ଅଇଲେ ଗାଳି ଦେଇ କରତାଳି ମାରିବେଟି ଚାଳି ଶାଳୀ ଟାପରା ସେ ଚନ୍ଦ୍ରାବଳୀକି କରିବୁ ଯା ବନମାଳୀ

5

ପାଣି କୋରକୀକୃତ କରି ସେ ହରିସେବକୀ ବୋଲୁ ମୁହିଁ ଜାଣି ସେବ ବୋଲି ସେ ବନାନ୍ତରେ ଗୋପାଳକୃଷ୍ଣ କହଇ

Sources

Cite this record


Last updated 2026-11-01. Record as JSON