Gīta

Nanda sutanku ki achi

ନନ୍ଦସୁତଙ୍କୁ କି ଅଛି

Text

Ghoṣā

ନନ୍ଦସୁତଙ୍କୁ କି ଅଛି ଉପମା ଦେବାକୁ

1

ସଂସାର ସାର ଶିରୀ ଯା ଅଙ୍ଗେ ଅଛି ପୂରି ନିନ୍ଦୁଛି କୋଟି ମଦନକୁ

2

ଭଲା ତା ଠିଆ ଠାଣି ପାଷାଣ କରେ ପାଣି ଦେଖି କେ ରହିବ ଦମ୍ଭକୁ

3

ମଲ୍ଲୀ ସେବତୀ ବେଢ଼ା ଶିଖୀଚନ୍ଦ୍ରିକା ଚୂଡ଼ା ନାଶୁଛି ସତୀ ବରତକୁ

4

ମୁରଲୀ ଧରି କରେ ଦେଇ ବିମ୍ବ ଅଧରେ ମୋହୁଛି ତିନି ଭୁବନକୁ

5

ଚାରୁ ଚନ୍ଦନ ପାଟି ଆହା କି ପରିପାଟୀ ଚାହାଁ ତା ଭ୍ରୂଲତା ନାଟକୁ

6

ସ୍ମିତ ମଧୁର ହାସ ତହିଁ ନେତ୍ର ବିଳାସ ଶିଖାଏ ପୀରତି ପାଠକୁ

7

କହଇ ବେଣୁଧର ଚିତ୍ତ ସମ୍ପତ୍ତି ଚୋର ରଖିବ କାହା ଗୁମାନକୁ

Sources

Cite this record


Last updated 2026-11-01. Record as JSON