Syama sundara srimukhaku anai
ଶ୍ୟାମ ସୁନ୍ଦର ଶ୍ରୀମୁଖକୁ ଅନାଇଁ
Text
Ghoṣā
ଶ୍ୟାମ ସୁନ୍ଦର ଶ୍ରୀମୁଖକୁ ଅନାଇଁ କୁଳ ଧରମ ହୋଇ ରହିଲା ନାହିଁ
1
ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟ ମୂରତି ନିଶ୍ଚେ ଅଟେ ଏ ନନ୍ଦଚାଟ
2
ବୋଲୁଥାନ୍ତି ତାଙ୍କୁ ବଡ଼ ସୁନ୍ଦର ଅଳପ ଚାହିଁଲେ ବୁଡ଼ଇ ଘର
3
କେ କହେ ସୁନ୍ଦର ରତିବରକୁ ତା କଥା ନ ଆସେ ମୋ ନଜରକୁ
4
ଅଶ୍ୱିନୀକୁମାରକୁ ସୁକୁମାର ଯେ ବୋଲନ୍ତି ତାଙ୍କ ବୁଦ୍ଧି ଗୁଆଁର
5
କେଉଁ ଅଙ୍ଗଦେଶ କାହାର ଶୋଭା ମୋହନ ତରଙ୍ଗ ନୟନ ଲୋଭା
6
ଏତେ ସୁନ୍ଦର ନ ଦେଖେ ସୃଷ୍ଟିରେ ଯେ ଅଛନ୍ତି ଲେଖି ପଶୁ ଗୋଷ୍ଠୀରେ
7
ବନମାଳୀ ଜନ୍ମ ହେଲା ବିଫଳ ଦିନେ ନ ଚିନ୍ତିଲା ବ୍ରଜମଙ୍ଗଳ