Dinabandhu daitari
ଦୀନବନ୍ଧୁ ଦଇତାରି
Text
Ghoṣā
ଦୀନବନ୍ଧୁ ଦଇତାରି ଦୁଃଖ ନ ଗଲା ମୋହରି ହେଲ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି
1
ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି
2
କୁରୁପତି ସଭା ତଳେ ଦ୍ରୌପଦୀ ଆତଙ୍କ କାଳେ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାରୁ କରିଛ ପାରି
3
ବଳବନ୍ତ ପ୍ରଭୁ ବୋଲି ବଳେ ମୁଁ ଯେ ଆଶ୍ରା କଲି ଦେଖୁ ଦେଖୁ ଭାସିଗଲି କେ ଏଥୁ କରିବ ପାରି
4
ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ ବୋଲେ ବନମାଳୀ ଗୀତେ ବସିଅଛି ଧ୍ୟାନ କରି