Mohana murali dhari
ମୋହନ ମୁରଲୀଧାରୀ
Text
Ghoṣā
ମୋହନ ମୁରଲୀଧାରୀ, ଆହେ ଶ୍ୟାମ କଳା କଳେବର ରଙ୍ଗିମା ଅଧର ପୀତବସନ ବେଣୁଧାରୀ
1
ଶିଖୀପୁଚ୍ଛଚୂଳ ରଙ୍ଗ ଜାମୁଡାଳ ରୁଞ୍ଜଗୁଞ୍ଜମାଳଧାରୀ କେଳିନୀପମୂଳଚାରୀ ଆଦିମୂଳ କାଳିନ୍ଦୀକୂଳ ବିହାରୀ
2
ସୁନ୍ଦରବୃନ୍ଦ ପୁରନ୍ଦର ମନ୍ଦରଧାରଣ ଷଣ୍ଢବିହାରୀ ଗୋପପୁର ଇନ୍ଦୁ ଘନଶ୍ୟାମବନ୍ଧୁ ନନ୍ଦ ମନାନନ୍ଦକାରୀ
3
ଗୋକୁଳ ମଣ୍ଡଳାଖଣ୍ଡଳ ମକର କୁଣ୍ଡଳ ଯୁଗଳ ଧାରୀ ଯଶୋଦାର ବଳା ଗୋକୁଳ ଅବଳାକୁଳ ମନଧନ ହାରୀ
4
ଅଖିଳକାରଣ ନିଖିଳପାଳନ ଗୋଧେନୁ ଚାରଣକାରୀ ତାରିଣୀ ଚରଣ ମାଗଇ ଶରଣ ଶ୍ରୀପଦ ନଳିନ ଧରି