Gīta

Kahibu parana bandhuku bandhuku

କହିବୁ ପରାଣବନ୍ଧୁକୁ ବନ୍ଧୁକୁ

Text

Ghoṣā

କହିବୁ ପରାଣବନ୍ଧୁକୁ ବନ୍ଧୁକୁ । ପଦ ।

1

ରାହୁ ପ୍ରାୟେ ରତୀଶ ନିରତେ କରେ ଗ୍ରାସ ନ ଛାଡ଼େ ମୋ ହୃଦୟବିଧୂକୁ ବିଧୁକୁ

2

ଚିର ତୃଷିତ ପରି ହୋଇଛି ସହଚରୀ ବିରସ ତୋ ଅଧରମଧୁକୁ ମଧୂକୁ

3

ସଦା ଝୁରେ ନୟନ ସେ ରମଣୀ ରତନ ଘଟନ ତା ସିନ୍ଦୂରବିନ୍ଦୁକୁ ବିନ୍ଦୂକୁ

4

ବନମାଳୀ ବଦତି ଶୁଣ ବୋଲେ ଶ୍ରୀମତୀ ନିବେଶି ତା ଭାବନାସିନ୍ଧୂକୁ ସିନ୍ଧୂକୁ

Sources

Cite this record


Last updated 2026-11-01. Record as JSON