Radha name mohana benu
ରାଧା ନାମେ ମୋହନ ବେଣୁ
Text
Ghoṣā
ରାଧା ନାମେ ମୋହନ ବେଣୁ ବାଜୁଛି ଲୋ ମା । ସତେ ପତିବରତ ଦୂର ହଜୁଛି ଲୋ ମା
1
ଭଲା ସେ ଶ୍ୟାମସୁନ୍ଦର ଜାଣିଥାଇ କେତେ ହୁନ୍ଦର କି ଯାତନା ପ୍ରେମସାଗରେ ମଜ୍ଜୁଛି ଲୋ ମା
2
କି ମନ୍ତର ଶିଖିଛି କାହୁଁ ଭୁଲାଏ ଅନାଉଁ ଅନାଉଁ ନାରୀକୁଳେ କଳଙ୍କ ଆଣି ଖଞ୍ଜୁଛି ଲୋ ମା
3
ଆଉ ଏ ଯମୁନା ପାଣିକି ଆସିବା ନୋହୁଁ ଗୋ ଏଣିକି ବେଣୁଧର ସେ ପାଦ ଯୁଗ ଭଜୁଛି ଲୋ ମା