Sangini re mora manda kapala
ସଙ୍ଗିନୀ ରେ ମୋର ମନ୍ଦକପାଳ
Text
Ghoṣā
ସଙ୍ଗିନୀ ରେ ମୋର ମନ୍ଦକପାଳ ମୋହନ ବଂଶୀ ମୋତେ ହୋଇଲା କାଳ
1
ଲୋକ ହସାରେ କି ନାନା ସାରେ କି କରିବି ବୁଦ୍ଧି ୟେ ସଖି ତୁ ଭାଳ
2
ଶାଶୁ ନଣନ୍ଦ ଲଗାନ୍ତି ଦ୍ୱନ୍ଦ କି ନ କଲେ ମତେ ସେ ଯଶୋଦାବାଳ
3
ଗଲେ ଯମୁନା ସେ ନନ୍ଦକାହ୍ନା ମିଛରେ ଘାଟ ମାଗି କରେ କଟାଳ
4
ନୁହଇଁ କାରି ସେ ତ ତୁମ୍ଭରି କହଇ ବେଣୁଧର ସେ ପ୍ରୀତି ପାଳ