Gīta

Arunambuja charana

ଅରୁଣାମ୍ବୁଜ ଚରଣା

Text

Ghoṣā

ଅରୁଣାମ୍ବୁଜ ଚରଣା ତୁ ରସାରେ ଭରସାରେ କରୁଣାନିଧି ଶରଣାଗତଠାରେ କି ରୁଷାରେ ।ପଦ।

1

ଅସିତ କେଶି ମୁଁ ତୋ ପରିଚାର ରୁଷିକି ନ କରି କିଛି ବିଚାର ସ୍ଵଗୁଣ ସରିତ ପତି ତୋ ପରିତ ନାହିଁ ସରସାରେ

2

ନ ରହି ସୁଦନ୍ତି ବଦନ ପୋତି କଳପ ଅଳପ ହସନ ମୋତି ମୃଦୁଳ-ସରସ-ରସ ହୃଦୟା ତୁ ହୋ ନା ପରୁଷାରେ

3

ନନେ ଉନ୍ମାଦ ଧୃତିକି ଛାଣି ଗରଳ ଗିଳିବଟି ପିକବାଣି ତରକି ହୃଦୟ କର କିଶଳୟ ଗଣ୍ଡେ ତ ରସାରେ

4

ନକର ମୁକୁରମୁଖୀ ନିରାଶ ବିଷମ ବଡ଼ କୁସୁମ ଶରାସ ସହଜରେ ମିତ ବଚନ ଅମୃତ ଧାରା ବରଷାରେ

5

ଅତିରତି ପରି ଚିନ୍ତି ସୁଧୀର ନୀତି ପୁଣି ମୁରମଥ ନ ଗୀର ଅଷ୍ଟଦୁର୍ଗପତି କହେ ସ୍ମିତବତୀ ହେଲେ ତରସାରେ

Sources

Cite this record


Last updated 2026-11-01. Record as JSON