Manima he etiki maguni mora
ମଣିମା ହେ ଏତିକି ମାଗୁଣି ମୋର
Text
Ghoṣā
ମଣିମା ହେ ଏତିକି ମାଗୁଣି ମୋର । ମରଣ କାଳରେ ଦରଶନ ଦେବ କଳାମୁଖ କଳାକର ।ପଦ।
1
ମଥାରେ ଥିବ ମୋ ତୁମ୍ଭ ଛଡ଼ାମାଳ ମୁଖରେ ଥିବ ତୁଳସୀ । ମନେ ମନେ ଭାଳି ସୁଖୀ ହେଉଥିବି ନୀଳାଦ୍ରି ଶିଖରବାସୀ
2
ମହାବାହୁଟେକା ଶ୍ୱେତପଦ୍ମ ଚକା ନୟନକୁ ନିତି ଚାହିଁ । ମଜ୍ଜାରେ ପୁଲକ ପୂରୁଥାଉ ରଙ୍କ -ନିଧି ଦୁଃଖିଜନ ସାଇଁ
3
ମଙ୍ଗଳ ଆଳତୀ ଅବକାଶ କାଳେ ଗରୁଡ଼ ପଛରେ ଥାଇ । ମୋହି ହେଉଥିବି ପ୍ରତି ନିଶାନ୍ତରେ ତୁମ୍ଭ ଗୁଣ ଗାଥା ଗାଇ
4
ମଞ୍ଜୁଳ ବଡ଼ସିଂହାର ବେଶ ଦେଖି ମାରୁଥିବି କକ୍ଷତାଳି । ମରୁଆ ଦୟଣା ମାଳିଆଙ୍କୁ ଏତେ ଅଳି କରେ ବନମାଳୀ