Gīta

Kisori go tu ta nutana bali

କିଶୋରି ଗୋ ତୁ ତ ନୂତନା ବାଳୀ

Text

Ghoṣā

କିଶୋରି ଗୋ ତୁ ତ ନୂତନା ବାଳୀ ବସିଲୁଣି କଳା ତନୁକୁ ଭାଳି

1

ଜାଣି ନାହୁଁ ଧନ ତାର ସ୍ୱଭାବ କେତେ ନିନ୍ଦା ହାଟ ବସାଇଦେବ ତା ଦାଉକୁ ପାରିବୁଟି କି ସମ୍ଭାଳି ଜାତି କୁଳ ଛଡ଼ା ସେ ବନମାଳୀ

2

କୁଳ ମହତକୁ ଥିଲେ ତୋ ଡର ନନ୍ଦନନ୍ଦନକୁ ତୁ ଆଶା କର ଶୁଣିଛୁ ନା ବ୍ରଜେ ଚନ୍ଦ୍ରାର ଚରିତ ହେଲାଣି ଯା ନାମେ ଗୀତ ଢମାଳି

3

ବୋଲେ ବେଣୁଧର ଆଗୋ ରାଧିକେ ମରଣୁ ବଳିବ ଲାଜ ଅଧିକେ ମାନ ମୋ ବଚନ ପରାଣବାନ୍ଧବି ସେ ଦିଗେ ନ ଯିବୁ ପହଣ୍ଡେ ଚାଳି

Sources

Cite this record


Last updated 2026-11-01. Record as JSON