Naba bilasini re nakhyatresa hasini
ନବ ବିଳାସିନୀ ରେ ନକ୍ଷତ୍ରେଶ ହାସିନୀ
Text
ନବ ବିଳାସିନୀ ରେ ନକ୍ଷତ୍ରେଶ ହାସିନୀ
ନାହିଁ ବୋଲିବା ବାଣୀ ନିପଟ ନାହିଁ ଶୁଣି ନଳିନାକ୍ଷିରେ ହୋଇ କିସ ହେବ ନନ୍ଦନନ୍ଦନ ପ୍ରେମା ପ୍ରେମାରେ ନୁହେ ଜମା ନିତମ୍ବିନୀଙ୍କ ଯେବେ ଗତି ଥିବ
ନିଷ୍ଠୁର ଗୁଣ କୁଳିଶରୁ ପଡ଼ିଛି ବଳି ନିଶ୍ଚୟ ତିନି ବର୍ଣ୍ଣ ନାହିଁ ଲେଖି ନାଗରୀ ବିମୋହନ ମନ୍ତ୍ର ମାତ୍ରକ ମନ କପଟ ସମ୍ପୂଟରେ ଅଛି ରଖି
ନିରନ୍ତରାୟ ରସ ପ୍ରସାରଣେ ପୀୟୂଷ ଧାରା ଧିକ୍କାରକାରୀ ପରି ଲାଗେ ନିମିଷକରେ ଜ୍ୱାଳା ଜନ୍ମାଏ ଜିଣି ହାଳା -ହଳକୁ ଯେ ସଙ୍ଖାଳି ମହା ନାଗେ
ନିଶିଦିନ ଶୟନ ନ ଜାଣଇ ନବୀନ ବିସିନୀ ଦଳ ଶେଯ ଯାଏ ଜଳି ନୀପବନ ପବନ ନିର୍ଦ୍ଧୂମ ଶିଖ ଧନ -ଞ୍ଜୟ ଝାସରୁ କରେ କଟୁ କେଳି
ନିନ୍ଦାର ନିକେତନ ହୋଇବୁରେ ନୂତନ ମନ୍ଦାର ବିମ୍ବ କୁରୁବିନ୍ଦାଧରା ନିଶା ରମଣକର କଳିକାକଣ ତୋର ହୋଇଯିବ କଳ୍ପାନ୍ତ କାଳ ଖରା
ନ ବରଷରୁ ଊଣା କାଳୁ ତ ଅଛି ଜଣା ନଖାଗ୍ରେ ଉଦ୍ଧରିଲା ଗୋବର୍ଦ୍ଧନ ନବ ନୀରଜକୋଷ ନିଭ ତୋ କୁଚ କିସ ଅଣ୍ଟିବ କଣ୍ଠୀରବ ମଧ୍ୟା ଘେନ
ନିବେଦନ କରୁଛି କରକଞ୍ଜ ଧରୁଛି ହେଲେ ହେଉ ଅରୁଚି ନିଦ୍ରାହାରେ ନରନାଥ ଶ୍ରୀ ହରିଚନ୍ଦନ ବନ୍ଦେ ଗୋରୀ ନ ରସ ନୀଳବାହା ମୁଦ୍ରାହାରେ