Gīta

Kala kusala re sate kahila ki

କଳାକୁଶଳାରେ ସତେ କହିଲା କି

Text

Ghoṣā

କଳାକୁଶଳା ରେ ସତେ କହିଲା କି ସଖୀ ତୋ ବିନା ମୋ ସ୍ନେହ ଆନେ ଥିଲା ପରି ଦେଖି

1

ନୂତନାମ୍ବୁଦ ମଣ୍ଡଳୀକି କି ଚାତକାଣ୍ଡଜ ତେଜଇ ଭୂତଳେ ସରସୀଜଳେ ନିକି ତା ତୃଷା ଭାଜଇ ସ୍ୱର୍ଣ୍ଣଦୀକୃତ ହଂସ କି କୂପକେଳିକି ସାଜଇ ଏ କର କି ଆନ ନାରୀ ଚିବୁକେ ବାଜଇ

2

ତୋ କୃପାତରୁ ମୋ ମଦୋନ୍ନତ ଶାଖିମୌଳି ନ ମାଇଲା କୌତୁକେ ରଚିବାର ପାଟବ ମୋ ପରା ଜନ ମାଇଲା ମାନସେ ଅନୁମାନ ସେ ପରିହାସିନୀ ଜନ ମାଇଲା ପଙ୍କଜବାନ୍ଧବେ ତ କଳଙ୍କ ଜନମାଇଁଲା

3

ତଥ୍ୟ ମାନି ଅତଥ୍ୟ ଭାଷି ତ ପୋତନା ମୁଖ ମାନରେ ବାହାକୁ ପ୍ରବଳାଇ ଦେ ପରିରମ୍ଭବୈଭବ ଦାନରେ ତୋଷ ମୋ ରସନାକୁ ତୋ ମଧୁରାଧରାମୃତ ପାନରେ ରସ ଧନ ମଦନମର୍ଦ୍ଦନ ବିଧାନରେ

4

ରାସରଙ୍ଗିନୀ ଆସ ସୁନ୍ଦରୀ ହାସକୁନ୍ଦ ବିକାଶରେ ବାସବାଶ୍ରୟ ବାସ ଭାଗ୍ୟ ବିଳାସ ଦେ ନ ବିନାଶରେ ଭାସମାନ ଜବାଧରା କି ନିରାଶରେ ନିଜ ଦାସରେ ଅନ୍ତରାୟ ନ ରଚ ମୋ ସୁଖାଭିଳାଷରେ

5

ଆଧିକାତର ନନ୍ଦନନ୍ଦନ ଚାରୁପାଟବ ବାଣୀରେ ରାଧିକା ସୁଗୁଣାଧିକା ସ୍ୱକପୋଳକୁ ନିଜ ପାଣିରେ ଛାଡ଼ିଲେ ରଖିବାର ମାନସମୋହନ ସ୍ମିତ ଠାଣିରେ ବନ୍ଦେ ଅଷ୍ଟଦୁର୍ଗନାଥ ଲୁଠି ଧରଣୀରେ

Sources

Cite this record


Last updated 2026-11-01. Record as JSON