Gīta

Ninda na labha sakhi re

ନିନ୍ଦା ନ ଲଭ ସଖୀ ରେ

Text

Ghoṣā

ନିନ୍ଦା ନ ଲଭ ସଖୀ ରେ କୁନ୍ଦସୂନ ଶରଦିନ୍ଦୁ କିରଣଗଣ ସୁନ୍ଦର ହସରୁଚି ବୃନ୍ଦ ଲଳିତମୁଖୀ ରେ

1

ଚିର କାଳକୁ ମୁଁ ତୋର କୁଞ୍ଜ ମନ୍ଦିର ମଣ୍ଡନ ପ୍ରିୟ କିଙ୍କର ରୋଷାବେଶେ ନିର୍ଭର ଘୋଷା ମନେ ନ ଧର ଯୋଷାମଣି ମସାରକେଶା ସାର ନ ସାର (ପଡ଼ି) ଭାଷ ଅତନୁବିଳାସ ନିଧି ପରକାଶ ରୁଚିର ବିକାଶ ମଦହର ହାସ ନବ ନବ କାଶଯୁତ ରଦହାସ -ବତୀ ନିଜ ଦାସ ସଦୃଶ ଜନେ

2

ମଥା ନୁଆଇଁ ନ ବସ ଦୁଃଖେନ ମଜ୍ଜି ନ ଯାଉ ନିଶା ଦିବସ ଆଲିଙ୍ଗନରେ ରସ ନାଳିକ ନିଭ ବାସ ଅଙ୍ଗନୀ ନ ପ୍ରକାଶ ଦାସନାଶ ଅଯଶ (ପଡ଼ି) ବାରିରୁହ ପରିହାରୀ ନୟନରୁ ଚାରି ପ୍ରହରେ ଯେ ବାରି ଜନମୁଛି ନାରୀମଣିକି ବିଚାରି ସବୁ ସୁଖ ସାରି ଥାରି ହେବି ମୁଁ କେହି

3

ତେଡ଼େ ପୀରତି ପାସୋରି କିଶୋରୀବର ବିହିଲୁ ଯା ଏତେ ସରି ଘେନିଲୁ ପର ପରି ପାରୀନ୍ଦ୍ର ମଧ୍ୟା ଗୋରୀ ନାରୀନ୍ଦ୍ର ଧରାଶିରୀ ଶିରୀଷ ସୁକୁମାରୀ (ପଡ଼ି) ଢାଳ ପୃଥୁଳ ବିଶାଳ ରୁଚି ହରି -ତାଳ ସୁଘଟିତ ତାଳସ୍ତନୀରେ କଟାଳ ନ କରଟି କାଳ ପୁରୁଷ କରାଳ ସ୍ମରକରବାଳ ବଦନେ ଦେଇ

4

ଶୁଣି ଶ୍ରୀମତୀ ହସିଲେ ଶ୍ରୀ ଜଗଦ୍ଦେବ ଧରଣୀନାଥ ଭାଷିଲେ ଦେହେ ଦୁହେଁ ମିଶିଲେ ଆନନ୍ଦ ବରଷିଲେ ମାରକୁ ଭରସିଲେ ତାର ଶରେ ରସିଲେ (ପଡ଼ି) ଶମ୍ବଧର ମଣି ଜମ୍ବୁନଦ ବିଧୂ -ବିମ୍ବ ଯୁଗ ଘନ ଚୁମ୍ବ ବିଭବରୁ ଶମ୍ବରପର କଳମ୍ବ ସମୁଦୟ ଡମ୍ବର ଦଳିଲେ ଲମ୍ବ ଚିକୁରବତୀ

Sources

Cite this record


Last updated 2026-11-01. Record as JSON