Prana sajani ghena ranaku go
ପ୍ରାଣସଜନୀ ଘେନ ରାଣକୁ ଗୋ
Text
Ghoṣā
ପ୍ରାଣସଜନୀ ଘେନ ରାଣକୁ ଗୋ ଆଣ ଯାଇ କିଶୋର ରାଣକୁ ଗୋ ଶାଣ ଦେଇ ମଦନ ବାଣଗଣରେ ପୁଣ ଜାଣ ନେବଟି ଆଜ ପ୍ରାଣକୁ ଗୋ
1
ଅକଳଙ୍କ ଶରଦ ପରବ ବିଧୁ ମଦ ଦଳନ ମୁଖ ଦରପଣକୁ ଗୋ ଦେଖାଇ ଥରେ ମୋତେ ଅଧରୁ ମଧୁ ଯେତେ ଚଖାଇ କରା ପରିତ୍ରାଣକୁ ଗୋ
2
ତାହାରି ଦୟାବଳ ମଣିମୟ ମଞ୍ଜୁଳ ସ୍ତମ୍ଭ ଭୁଜ ପରିରମ୍ଭଣକୁ ଗୋ ଟାକି ରହିଛି ମନ ଜାଳିଣ ଅପଘନ କରିବି ଚୁମ୍ବ ବରଷଣକୁ ଗୋ
3
ଦ୍ରାକ୍ଷା ମଧୁର ମଧୁ ସାକ୍ଷାତେ ଚାଟୁଗିର ବିଖ୍ୟାତ କରି ମୋ ଶ୍ରବଣକୁ ଗୋ ଭିକ୍ଷା କରେ ସୁରତ ଲକ୍ଷ ବିଧି ସବତ କକ୍ଷା କି ହେବ ସତୀପଣକୁ ଗୋ
4
ମଦନ ଅମଳରେ ରଦନକ କ୍ଷତରେ କଦନ ଯେତେ ଦେଇ ଟାଣକୁ ଗୋ ଭାଙ୍ଗିବା ଯାଏ ସହି ଇଙ୍ଗିତେ ଦେବି ନାହିଁ ନାହିଁ ଭଙ୍ଗୀର ଆଚରଣକୁ ଗୋ
5
ଅଭିନବ ମୁଦିର ଶୋଭାକୁ ତ ନଜର ଗଭୀର ସେ ହଂସର ସ୍ନାନକୁ ଗୋ କରିବା କାଳେ ଲଜ୍ଜା ବରଜି ଦେଇ ମଜ୍ଜା ହେଲାଣି ତ ମଜ୍ଜିବା ଜଣକୁ ଗୋ
6
ଚାରୁ ଚନ୍ଦ୍ରକଚୂଳ ଶୋଭା ନେତ୍ରଯୁଗଳ ଚାହିଁ କଲି ଚଣ୍ଡୀ ବରଣକୁ ଗୋ ଅନୁକମ୍ପା କି ହେବ ନାହିଁ କି ଜଗଦ୍ଦେବ ପିତଳର ଗୁଣାର ଶୁଣାକୁ ଗୋ