Gīta

He mandara dhara kandarpa sundara

ହେ ମନ୍ଦରଧର କନ୍ଦର୍ପସୁନ୍ଦର

Text

Ghoṣā

ହେ ମନ୍ଦରଧର କନ୍ଦର୍ପସୁନ୍ଦର ତୁମ୍ଭଙ୍କୁ ସୁନ୍ଦର ଏ ହେଲା କି ଅବଳା ମାରଣ ବିଦ୍ୟାଟିକି କାହୁଁ ଶିଖିଥିଲ ହଠ କଉତୁକୀ

1

ତୁମ୍ଭ ଲାଗି ମୋର ଜୀବନସଙ୍ଗିନୀ ହୋଇଲାଟି ଆହା କି ଦୁଃଖଭାଗିନୀ ହେବାରୁ ନବୀନା ପ୍ରୀତି ସୋହାଗିନୀ ତାର ପ୍ରତିଫଳ ଏହି ନିକି

2

ଅକଥନୀୟ ତା ଦୁର୍ଦ୍ଦଶା କାହାଣୀ କହି ଆସୁଁ ମୁଖେ ନ ସ୍ଫୁରଇ ବାଣୀ ଆହା ଦେଖିଲି ଯା ଏ ମୋର କଲିଜା ହୋଇ ଯାଉଅଛି ଟିକି ଟିକି

3

ବିରହ ଅନଳ ତାପ ପଡ଼ୁଁ ବଳି କୋମଳ ତନୁଟି ଯାଉଅଛି ଜଳି ସେ ତୀବ୍ର ତାପ ସହନେ ଅସମର୍ଥୁଁ ମୃତ୍‌ପଙ୍କେ ଲୁଣ୍ଠଇ ବିଧୁମୁଖୀ

4

ତୁମ୍ଭେ ସପୁରୁଷ ଶିରୋମଣି ବୋଲି ଜଗତେ ବିଖ୍ୟାତ ପରା ବନମାଳୀ ଏବେ ନାରୀ ବଧ ବିପୁଳ କଳଙ୍କେ ସେ ସୁଖ୍ୟାତି ଲୁପ୍ତ ନୋହିବ କି

5

କେ କେତେ ଆଶ୍ୱାସ ଦେଇ ସଖୀଗଣ ଶାନ୍ତ କରିବା ଚେଷ୍ଟାରେ ଅନୁକ୍ଷଣ ତା ଭୀଷଣ ବେଦନାର ପରିମାଣ ଅବୋଧନୁ ସର୍ବେ ଅଶ୍ରୁମୁଖୀ

6

ତବ ଅଙ୍ଗ ସ୍ପର୍ଶ ପ୍ରତିଜ୍ଞାରେ ମାତ୍ର ପ୍ରାଣ ଧରି ରହିଅଛି ଏ ପର୍ଯ୍ୟନ୍ତ କହଇ ଗୋପାଳକୃଷ୍ଣ ମୁଁ ଏମନ୍ତ ଜାଣେ ଅନୁମାନେ ଅବଲୋକି

Sources

Cite this record


Last updated 2026-11-01. Record as JSON