Gīta

Bichitra besa manjula re

ବିଚିତ୍ର ବେଶ ମଞ୍ଜୁଳା ରେ

Text

1

ବିଚିତ୍ର ବେଶ ମଞ୍ଜୁଳା ରେ ବାଳା ବିବିଧ ଚାତୁରୀଶୀଳା ବିଭାବରୀ ଅର୍ଦ୍ଧେ ଏକାକୀ ଏକାକୀ ହୋଇ ରଚୁ ଫୁଲତୋଳା ବିଳାସ କୁଶଳାରେ ବଲ୍ଲୀ ନିଳୟ ବିହାର ଲୋଳା

2

ବାଳକାଳୁ ବାସ ପରି ରେ ବାଳା ବଞ୍ଚୁଥିଲୁଁ ଅନୁସରି ବିଲକ୍ଷଣ ବନ ବିହାର ଉତ୍ସବ ବେଳେ ଯା ଦେଲୁ ପାସୋରି ରେ ବିଚାର ତ ଗୋରୀରେ ବିଶ୍ଵେ କାହିଁକି ପ୍ରୀତି ଆଚରି

3

ବ୍ୟସ୍ତ ହୋଇ ଚିତ୍ରମାଛି ରେ ବାଳା ବ୍ରଣଗଣ ତ ଦିଶୁଛି ବିମ୍ବାଧରୁ ନବପଲ୍ଲବ ମାନଙ୍କୁ ବାଣ୍ଟିଲୁ କି କିଛି କିଛି ରେ ବିଶ୍ଳଥ ହୋଇଛିରେ ବାସ ପିନ୍ଧିଥାଉ ପରା କାଛି

4

ବଲ୍ଲୀକି ଅନାଇ ଦୂରୁ ରେ ବାଳା ବାସରେ ତ ଭୟ କରୁ ବ୍ରଜେ ଆଜ ଶୁଣି ଆସିଲୁ ତୁ ପୁଣି ପ୍ରତି ରାତି ଆସି ଘରୁ ରେ ବିଜନେ ସଞ୍ଚରୁ ରେ ବଡ଼ ବିଷମ ଏ ଯା ନ ଡରୁ

5

ବିନୟନୟ ବସତି ରେ ବାଳା ବିମୋହନ କଳାବତୀ ବିରୂପାକ୍ଷ ଦେବ ବିପକ୍ଷକୁ ଜିଣି ଯଶେ ମଣ୍ଡିଲୁ କି କ୍ଷିତି ରେ ବଲ୍ଲବ ଯୁବତୀ ରେ ବନ୍ଦେ ଅଷ୍ଟଦୁର୍ଗ ଧରାପତି

Sources

Cite this record


Last updated 2026-11-01. Record as JSON