Gīta

Sate ki bhangi kala

ସତେ କି ଭଙ୍ଗୀ କଲା

Text

Ghoṣā

ସତେ କି ଭଙ୍ଗୀ କଲା ସେ ଯା ବାଙ୍କେ ଚାହିଁଲା ମନମୋହନିଆ ନବଘନ ଛଇଳା

1

କି କହିବି ମିତଣୀ ଗଲି ମୁଁ ନୀର ଆଣି ସେ ଶ୍ୟାମ ବେଣୁପାଣି ହୋଇ ତ୍ରିଭଙ୍ଗୀ ଠାଣି ତା କଟାକ୍ଷ ଚାହାଣୀ କାମ କଟାରୀ ଆଣି ମର୍ମ୍ମେ ମାଇଲା

2

ସେ କେଡ଼େ କଉତୁକୀ ଅଟନ୍ତି କି ରେ ସଖି ଇଚ୍ଛାରେ ତାଙ୍କୁଟି କି ଚିତ୍ତକୁ ଦେଲି ବିକି ବାଙ୍କଚୂଳକୁ ଦେଖି ଏ ମୋର ବେନି ଆଖି ଲାଖି ରହିଲା

3

ମୋ ନାମ ଧରି ହରି ବାଇହେଲେ ବାଂଶରୀ ଦମ୍ଭ ଧଇର୍ଯ୍ୟ ସାରି ବସିଲେ ସହଚରୀ ପାମର ହରଅରି ତାପରେ ହେଲି ଘାରି କି ମନ୍ତ୍ର କଲା

4

ଆହା ସେ ଶ୍ୟାମ ମୂର୍ତ୍ତି ଦେଖି କେଉଁ ଯୁବତୀ ହେଲେ ପତିବରତୀ ନ ଭୁଲିବ କେ ଦୂତୀ ବେଣୁଧର ବଦତି ସେ ମୋହନ ମୂରତି ମୂର୍ଚ୍ଛି ନୋହିଲା

Sources

Cite this record


Last updated 2026-11-01. Record as JSON