Gīta

Lalita natabara muratiki

ଲଳିତ ନଟବର ମୂରତିକି

Text

Ghoṣā

ଲଳିତ ନଟବର ମୂରତିକି ନିରେଖି ହଜାଇ ହେଲା ଧୃତିକି ରେ କି ଶୋଭା କୋଟି ସ୍ମର ଗର୍ବହରା ଶରୀର ଉଜାଡ଼ି ଦେବ ସତୀ ଧୃତିକି ରେ

1

ଲପନେ ସ୍ମିତ୍ତ ହାସ ଛଣା ସୁଧା ବିକାଶ ନେତ୍ରାନ୍ତ ଖେଳା ନେବ ଜାତିକି ରେ ହେଉ ପଛକେ ପତିବରତୀ କୁଳବତୀ ତା ପ୍ରେମେ ନ ଯିବ କେ ମାତିକି ରେ

2

ଗେଲବସର ଚାଲି କି ରଙ୍ଗେ ଝୁଲି ଝୁଲି ଆସନ୍ତି ଫୁଲାଇଣ ମତିକି ରେ ଉପମା ସୃଷ୍ଟି ସାର ଏ ସଂସାର ବାହାର ବାସବ ନୀଳମଣି ଦ୍ୟୁତିକି ରେ

3

ଭ୍ରୂଲତା ଭଙ୍ଗୀ ଛଟା ଚାହିଁ କେ ସୁନ୍ଦରୀଟା ନ ଦଉଡ଼ିବ ତାଙ୍କ କତିକି ରେ ସ୍ୱପନେ ହେଲେ ସହି ରୂପ ନ ଦେଖି କେହି ନାରୀ ପାରିବ କାହିଁ ବର୍ତ୍ତି କି ରେ

4

ନ ଲୋଡ଼ିବ କେ ଶ୍ୟାମ ବାହୁଭିଡ଼ା କରମ ବାତୁଳୀ ହୋଇ ଦିନ ରାତିକି ରେ କହଇ ବେଣୁଧର ମିଛ ନୁହେଁ ଏ ଗିର ତାଙ୍କ ବିନା ଅଛି କେ ଗତି କି ରେ

Sources

Cite this record


Last updated 2026-11-01. Record as JSON