Gīta

Utha nisi pahila ethara he bansidhara

ଉଠ ନିଶି ପାହିଲା ଏଥର ହେ ବଂଶୀଧର

Text

Ghoṣā

ଉଠ ନିଶି ପାହିଲା ଏଥର ହେ ବଂଶୀଧର

1

ମନ୍ଦିରେ ଡାକିଲେ ଶୁକ ବୃକ୍ଷରେ ରାବିଲେ କାକ କୁହୁ କୁହୁ ରଟେ ପିକ କୁକ୍କୁଟ ଡାକିଲେ ପରଖର ହେ

2

ଡାକେ ଯଶୋବନ୍ତୀ ଭାଳି ଉଠ ମୋର ବନମାଳୀ ଶ୍ରୀମୁଖ ଦେବି ପଖାଳି ଝରୀରେ ରଖିଛି ବାସ ନୀର ହେ

3

ଅମୃତପାଣି କଦଳୀ ଲବଣୀ ସଙ୍ଗତେ ଗୋଳି ଅଧାମ ଗୋଟିକା ପୁଳି ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ

4

ଉଠ ରାମ ବାସୁଦେବ ଗୋଗୋଷ୍ଠେ ଉଛୁର ହେବ ଦଧି ଅନ୍ନ ସାଥେ ନେବ ନଦୀ କୂଳେ କରିବ ଆହାର ହେ

5

ବାଛୁରୀ ଚରାଇ ଯାଇ କାଲି ପଥ ଶ୍ରମ ପାଇ ଅଳସଇ ଅଛୁ ଶୋଇ ଅଶକତ ହୁଏ କି ଶରୀର ହେ

6

ସିଂହ ଦ୍ୱାରେ ଗୋପ ସୁତ ଡାକନ୍ତି ଉଠ ଅଚ୍ୟୁତ କେତେ ନିଦ୍ରା ଯାଉ ତୁ ତ ଆକାଶେ ଉଦୟ ଦିନକର ହେ

7

ଉଠ ପ୍ରଭୁ ଚକ୍ରଧର ଯିବାକୁ ହେବ ଉଛୁର ବନକୁ ଗମନ କର ବନମାଳୀ ଚରଣେ କିଙ୍କର ହେ

Sources

Cite this record


Last updated 2026-11-01. Record as JSON