Ekale ja prananatha bidese rahile go
ଏକାଳେ ଯା ପ୍ରାଣନାଥ ବିଦେଶେ ରହିଲେ ଗୋଅଭାଗିନୀ ଠାବେ କିମ୍ପା ନିର୍ଦ୍ଦୟା ବହିଲେ ଗୋ । ଘୋଷା ।ଅବଧି ଦିନ ତ ବଳି ଗଲାଣି ପରାଣ ଆଳିବିଷମ କାମ ଅନଳେ ମୋ ହୃଦ ଦହିଲେ ଗୋ । ୧ ।ପୁରୁଷ ଜାତି ଭ୍ରମର ପରାଏ ରୀତି ତାଙ୍କରଯାହା ହୁଏ ମନ ତାହା କି ହେବ କହିଲେ ଗୋ । ୨ ।କରିଥିଲେ ଗଳାହାର ଏବେ କଲେ ଅନାଦରକେମନ୍ତେ ଆପେ ବିଚ୍ଛେଦ ଯାତନା ସହିଲେ ଗୋ । ୩ […]
Text
Ghoṣā
ଏକାଳେ ଯା ପ୍ରାଣନାଥ ବିଦେଶେ ରହିଲେ ଗୋ ଅଭାଗିନୀ ଠାବେ କିମ୍ପା ନିର୍ଦ୍ଦୟା ବହିଲେ ଗୋ
1
ଅବଧି ଦିନ ତ ବଳି ଗଲାଣି ପରାଣ ଆଳି ବିଷମ କାମ ଅନଳେ ମୋ ହୃଦ ଦହିଲେ ଗୋ
2
ପୁରୁଷ ଜାତି ଭ୍ରମର ପରାଏ ରୀତି ତାଙ୍କର ଯାହା ହୁଏ ମନ ତାହା କି ହେବ କହିଲେ ଗୋ
3
କରିଥିଲେ ଗଳାହାର ଏବେ କଲେ ଅନାଦର କେମନ୍ତେ ଆପେ ବିଚ୍ଛେଦ ଯାତନା ସହିଲେ ଗୋ
4
ଗୀତେ କହେ ବନମାଳୀ ପୂର୍ବ ଭାବ ଦେଲେ ଟାଳି ଏହା ହେବ ବୋଲି ଜାଣି ନ ଥିଲି ପହିଲେ ଗୋ