Gīta

Pheri ja gale go

ଫେରି ଯା ଗଲେ ଗୋ

Text

Ghoṣā

ଫେରି ଯା ଗଲେ ଗୋ ସଖି ଫାଟିଲା ମୋ କରମ ଜାଣିଲି ଭଲେ

1

ଫୁଟିଲା ଫୁଲବାସେ ପୂରନ୍ତା କ୍ଷିତି ଫତୁରୀ ଶୁଣି କିମ୍ପା କଲି ଏ ରୀତି

2

ଫରୁଆ ଗର୍ଭୁଁ ଫେଇ ନିର୍ଦ୍ଦୋଷ ମଣି ଫିଙ୍ଗି ଯା ଦେଲି ରୋଷେ ସଦୋଷ ମଣି

3

ଫୁଲିଗଲି ମୁଁ ଚାଟୁ ଶୁଣି ମଦରେ ଫୁଲ ଲଲାମ ମର୍ଦ୍ଦିଦେଲି ପାଦରେ

4

ଫୁଲ ପଙ୍କଜ ମୃଦୁ ସୁନ୍ଦର ପାଦ ଫାଟୁ ଯେ ଥିବ ଲଭି ସଞ୍ଚାର ଖେଦ

5

ଫନ୍ଦା ଧବ ଯେ ଫିଙ୍ଗିଦେଲି ପାଣିକି ଫୁରୁଣା ହେବି କାହା ଘେନି ଏଣିକି

6

ଫେଇ ଦିଅନ୍ତୁ କଣ୍ଠୁ ଏ ମଣିହାର ଫନ୍ଦାଇ ପାରିବ କି କବିମିହିର

Sources

Cite this record


Last updated 2026-11-01. Record as JSON