Bandhu mo kahun kisa sunila re
ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ
Text
Ghoṣā
ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ ବିଷ ତୁଲ୍ୟ ତ ମୋତେ ମଣିଲା ରେ ବଚନ ନ କହିଲା ବିନୟ ନ ସହିଲା କି ହେଲା ମହିଳାବର ରୁଷି ରହିଲା ରେ
1
ବସନ୍ତକାଳ ବିଚ୍ଛେଦରେ ଏ କାଳ ବହଇ ମଳୟାନିଳ ବିଯୋଗୀ ପ୍ରଳୟାନଳ ବିପକ୍ଷ ସଙ୍ଗରେ ତ ଗଣିଲା ରେ
2
ବାଳାବର ସେ ବେଳେ ମୋରେ ନ ରୁଷେ ବିବେକ ନ କରି ଲେଶେ ବିଳସିବାର ହରଷେ ବରଜି ଏ ଦୁର୍ଯୋଗ କିଣିଲା ରେ
3
ବିଡ଼ିଆ ବିଡ଼ି ବଢ଼ାଇଲି ସଜାଡ଼ି ବାତ୍ସଲ୍ୟ ପୀୟୂଷ ଇଡ଼ି ବସିଲା ଶ୍ରୀମୁଖ ମୋଡ଼ି ବକ୍ରନାଳକଞ୍ଜକୁ ଜିଣିଲା ରେ
4
ବିକଳ ହୋଇ ବହୁ ଅଶ୍ରୁ ବୁହାଇ ବଦନବିଧୁ ନୁଆଇଁ ବରତୁଳ ସ୍ତନେ ଥୋଇ ବରୁଣାଦ୍ରି ଚନ୍ଦ୍ରକୁ ଟାଣିଲା ରେ
5
ବିଅର୍ଥେ ଦିନ ବଞ୍ଚାଉଛି ମୋ ଧନ ବିଷମ ଏ ଯଉବନ ବିଜୁଳିଠାରୁ ଜବନ ବଳଦେବ କବୀନ ଭଣିଲା ରେ