Gīta

Bidhata ki na karai go

ବିଧାତା କି ନ କରଇ ଗୋ

Text

Ghoṣā

ବିଧାତା କି ନ କରଇ ଗୋ ଏକେ ନବୀନ ପ୍ରୀତି ତହିଁ ବିଦେଶେ ପତି ଏ ତ ଘୋର ବିପତ୍ତି ଏଥି ମୋର କି ଗତି

1

ମନେ ଥିଲା ଯାହା ତାହା ନୋହିଲା ଗୋ ଯାହା ନଥିଲା ତା ମନେ ହେଲା ଗୋ ଏବେ ପିକ ବଚନ ମନ୍ଦ ମଧୁପବନ ମଧୁର ଭୃଙ୍ଗସ୍ୱନ ଦହୁଛନ୍ତି ଜୀବନ

2

ଆଲିଙ୍ଗନେ ମୋର ଅନ୍ତର ଡରେ ଗୋ ପ୍ରିୟ ନ ରଖନ୍ତି ତ ହାର ଉରେ ଗୋ ଏବେ ମଧୁରେ ପୂରି ରହିଲା ବନ ଗିରି ଆହା ମୋତେ ପାଶୋରି ରହିଲେ ମଧୁପୁରୀ

3

ପ୍ରିୟ ଥିଲେ ଏ ମଧୁ ରଜନୀ ଗୋ କେଉଁ ସୁଖ ନ ଦିଏ ସଜନୀ ଗୋ କହି ମୋତେ ବଚନ କରନ୍ତେ ସେ ଗମନ ତାଙ୍କ ପଛେ ବହନ ନ ଗଲା ଏ ଜୀବନ

4

ଯେବେ ହେଲେ ଏ ଜୀବନ ଯାଉ ରେ ପ୍ରୀତିଭଙ୍ଗ କଳଙ୍କ ନ ଥାଉ ରେ ଚିନ୍ତି ଏବେ ସେ ରୀତି ଫାଟିଯାଉଛି ଛାତି ନ ସରେ ଦିବାରାତି ପ୍ରୀତି ହେଲା ବିପତ୍ତି

5

ଏହା କରମରେ ମୋର ଥିଲା ଗୋ ପ୍ରୀତି ଏତେ ସରିକି ତ ଗଲା ଗୋ ଏସନେ ସଖୀ ଶୁଣି ଦୁଃଖେ କହନ୍ତି ବାଣୀ ଆସିବେ ବେନୁପାଣି ହରିଚନ୍ଦନ ଭଣି

Sources

Cite this record


Last updated 2026-11-01. Record as JSON