Atasi kusuma sama syama he
ଅତସୀ କୁସୁମ ସମ ଶ୍ୟାମ ହେ
Text
Ghoṣā
ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି
1
ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼ ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି
2
ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ ଊହିବି ଏହିଟି ବୋଲି କୃପାକଳ୍ପ ବଲ୍ଲୀଟି
3
ଆରକତ କଲେ ମୁଖ ଅଖଣ୍ଡ ସୁଧା ମୟୂଖ ଆବୁର ସରିବ ମୋର ଜୀଇଲେ ହେଁ ମଲିଟି
4
ଅଦୃଷ୍ଟ ବଳୁଁ କିଶୋରୀ ଅଙ୍ଗୀକାର କଲେ ସରି ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବ ପଲ୍ଲୀଟି
5
ଉଗ୍ର ନିର୍ଦ୍ଦେଶ ନୃପର ଉପବନ ଗୋପପୁର ଆଶ୍ରୟ ନୋହିବ ଗୋବର୍ଦ୍ଧନ ଗିରିଦରୀଟି
6
ଅଷ୍ଟଦୁର୍ଗ ନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ ଅଖିଳ ଜନନୀ ନାସା ମୃଗମଦ କଲିଟି