Gīta

Phati padibara nikunja sanchara

ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର

Text

1

ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର ଶ୍ରମୁଁ ମୋ ଚରଣ ତଳ ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁଁ ଫଳ ରେ କିଶୋରି ଫିଟିଗଲା ଯେ ସନ୍ଦେହ ଫୁଲିଗଲୁ ଫୁଲ ଲଲାମ ରସିକା ଜାଣି ପରା ଶ୍ୟାମ ସ୍ନେହରେ

2

ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ଗଲା ଫଟା କପାଳରେ କୁଟିଳ ହୃଦୟା ବୋଲାଇବା ଲେଖା ଥିଲା ରେ କିଶୋରି ଫନ୍ଦାଧନ ତୁ ତ ମୋର ଫରିଆଦ କାହିଁ ତୋ ନାମେ କରିବି ନିନ୍ଦା କଲେ ପଛେ କରରେ

3

ଫରୁଆରେ ପରି ଉରୋଜରେ ଭରି ରଖ ସେ ନୀଳମଣିକି ଫଉଜ ତୁଲେ କୁଞ୍ଜ ଦ୍ୱାରେ ରଖାଅ ବେତ୍ରବଲ୍ଲୀ ଧରଣୀକି ରେ କିଶୋରି ଫରମାସ ମନେ ମନେ ଫେଇଦିଅ ମୋ ଆବୁର ମୁଁ ଯେବେ ଯିବି ସେ ଦିଗକୁ ଦିନେରେ

4

ଫଜିତ ହୋଇ ଦୂରରେ ଥିଲେ ତୋତେ ଭଜିତ ଥିବାର ସତ ଫେଡ଼ନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟଶ୍ରୁତି ଏ ଆମ୍ଭ ବାଞ୍ଛିତ ରେ କିଶୋରୀ ଫୁରୁଣା ହୋଇ ତୁ ରସ ଫେରି ଆସି ମାତ୍ର ଆମ୍ଭ ଆଗେ ନେତ୍ର କଞ୍ଜୁ ନୀର ନ ବରଷରେ

5

ଫୋଟକା ହେଉଛି ସିଞ୍ଚିବା କର୍ପୂର ଚନ୍ଦନ ମିଶ୍ରିତ ବାରି ଫୁଙ୍କି ଦେଲେ ଉଡ଼ିଯିବା ପରି ସଡ଼ି ଅଛିଟି ତନୁ ବଲ୍ଲରୀ ରେ କିଶୋରି ଫୁକାରା ନୋହୁ ଜଗତେ ଫତୁଆ ନୁହଟି ବୋଲେ ଜଗଦ୍ଦେବ ହରିଚନ୍ଦନ ଏ ଗୀତେ

Sources

Cite this record


Last updated 2026-11-01. Record as JSON