Ki pasori deli kahinki re rahili
କି ପାଶୋରି ଦେଲି କାହିଁକିରେ ରହିଲି
Text
କି ପାଶୋରି ଦେଲି କାହିଁକିରେ ରହିଲି ଶ୍ରୀ କିଶୋରୀ କୁଞ୍ଜବିହାରୀଙ୍କି ପରମ ଧାମରେ ସମନ ଥିଲା ଯେ ହେମ ମରକତ ମାଧୁରୀକି
ରମା ସମାନ ସୁଷମା ବ୍ରଜ ରାମା ଉତ୍ତମାଙ୍ଗ ମାଳା ବୃଷଭାନୁ ଜେମା ଗୋଷ୍ଠଚନ୍ଦ୍ରମା ବାମା ନେତ୍ର ପ୍ରତିମା କାମାଭିରାମ ବଂଶୀଧାରୀଙ୍କି
ଦାରା ବୃତ୍ତ ଶିର ନୀଳ ଉପୁରାଣ ତେଣେ ପ୍ରଚଳାକ ଚୂଳ ବିଭୂଷଣ ତରଳତର ଈକ୍ଷଣ ବିଶେପଣ ହା ହା ରୋମାଞ୍ଚ ତନୁ ଶିରୀକି
ହା ରାସ ରସ ତାଣ୍ଡବ ସୁପଣ୍ଡିତା ହା ସାତ୍ୱିକାବଳୀ ରତନ ମଣ୍ଡିତା ହା ମାର୍ତ୍ତଣ୍ଡଜା ତୀରାଣ୍ୟାଖଣ୍ଡଳ ଚାରୁ ନେତ୍ରାଞ୍ଚଳ ଚାତୁରୀକି
ଅଧୋନ୍ନତ କୃତ ପୂର୍ଣ୍ଣ ଚନ୍ଦ୍ରାନନ ଲାଜ ହର୍ଷ ହାସ ସୁନର୍ମ ବଚନ ପରସ୍ପରେ ପ୍ରେମ ସୁଧାବ୍ଧି ମଜ୍ଜନ ଜବାଧରୀ ଯୁବା ଜମ୍ଭାରିଙ୍କି
ଦେଖି ଦୂରରୁ କେ ପାଛୋଟି ଯିବାର ଥରି ଥରିକେ ପଛକୁ ଘୁଞ୍ଚିବାର ପ୍ରିୟ ଲାଗି ହେଲେ ଅବଲମ୍ବିବାର ହସିଲା ହୋଇ ସହଚରୀଙ୍କି
କୁସୁମ ଶେଯରେ ବ୍ରଜ ଯୁବରାଜ କୁଞ୍ଜଦ୍ୱାରକୁ ରାଧାଙ୍କୁ କରି ସଜ ଉଭା କରିବାର ଆହା ଆଳୀ ବ୍ରଜ ନ ତେଜି ଅଳିନ୍ଦ ସେ ପାରିକି
ଗୋପାଳକୃଷ୍ଣ ମାନସେ ନିରନ୍ତର ଚିନ୍ତି ବ୍ୟାକୁଳେ କପାଳେ ମାରି କର ହା କି ଦୂର ଦୁଷ୍ଟ ହେଲି ଏତେ ଦୂର ବୋଲି ନେତ୍ରୁ ତେଜଇ ବାରିକି