Gīta

Gala sabu sari re nabakisori

ଗଲା ସବୁ ସରି ରେ ନବକିଶୋରୀ

Text

Ghoṣā

ଗଲା ସବୁ ସରି ରେ ନବକିଶୋରୀ

1

ଯାହା ଶ୍ୟାମ ଅଙ୍ଗ ଚୁମ୍ବି ଆସିବା ସମୀର ଛୁଇଁଲେ କେବଳ ହୋଇ ରସେ ଜରଜର ପୁଲକେ ଭରତି କରୁ ମୃଦୁ କଳେବର ସେ ଯେବେ ହୋଇଲେ ପର

2

ଯାହା ବେଣୁ ଶୁଣି ଏକା ହୋଇ ନିଶୀଥରେ ବୋଲିନାହୁଁ ଦିନେ ଆସ ଯିବା ମିଶି ଥରେ ହୃଦ ମଦନ ବିଭବ ସମୁଲ୍ଲସି ଥରେ ବିଗ୍ରହ ତାହା ସାଥରେ

3

ଦୂତୀ କର ଧରି କହି ଘେନାଇଁ ଘେନାଇଁ ନୀପ ନିକୁଞ୍ଜ ପୁଞ୍ଜକୁ ଅନାଇଁ ଅନାଇଁ ଦିନ ହରୁ ସୁମଝରା ବନାଇ ବନାଇ ମୀନନେତ୍ରା ଯାହା ପାଇଁ

4

ସ୍ତନେ ଲଦି ଚୁମ୍ବିବାର ଯା ପାଦ କମଳେ ମନେ ବାଞ୍ଛିବେ କୁବେର ବାମାଙ୍କୁ ନ ମିଳେ ଚୁମ୍ବିଲେ ସେ ତୋ ପଦ ଚନ୍ଦ୍ରକୁ ଚୂଳାଞ୍ଚଳେ ଚାହିଁଦେଲୁ ନାହିଁ ହେଳେ

5

ରସବତୀ ଭଳି ନୋହୁ ଏ ଅପସନ୍ଦର ଆସ ଏବେ ଯିବା କେଳି ମଞ୍ଜରୀ ମନ୍ଦିର ବନ୍ଦନ କରଇ ମୃଦୁ ପଦାରବିନ୍ଦର ତୋଷ ଶ୍ୟାମଳ ସୁନ୍ଦର

6

ଅଷ୍ଟଦୁର୍ଗ ନାଥ କହେ ହୋଇ ଅଭିଳାଷୀ ମିତଣୀ କଥିତ ବଚନରେ ଶ୍ରୁତିପାଶୀ ଲମ୍ପଟ ହେବାରୁ ହୋଇ ଦରସ୍ଫୁଟ ହାସୀ ବିଜେ କଲେ ବୀଣାଭାଷୀ

Sources

Cite this record


Last updated 2026-11-01. Record as JSON