Sate ki bihi eka kariba go
ସତେ କି ବିହି ଏହା କରିବ ଗୋ
Text
Ghoṣā
ସତେ କି ବିହି ଏହା କରିବ ଗୋ ସଖୀ ମୋ ଦୁଃଖ ଦଶା ସରିବ ଗୋ
1
ସଜଳ ଜଳଧର କଳେବର କିଶୋର ବରଙ୍କୁ ମୋ ନେତ୍ର ହେରିବ ଗୋ ଶ୍ୟାମ ଶ୍ରୀମୁଖ ଚନ୍ଦ୍ରମଣ୍ଡଳୁଁ ହୋଇ ସାନ୍ଦ୍ର ବଚନ ସୁଧାରସ ଝରିବ ଗୋ (ପଡ଼ି) କରି ମୋ ଚିତ୍ତ ଚୋରି ଧରା ନ ଦେବା ହରି ବୁଝିବା ବୋଲି ବାଣୀ ସ୍ଫୁରିବ ଗୋ ବୋଲେ ଶ୍ରୀ ଜଗଦ୍ଦେବ ଲଭିଣ ଶ୍ୟାମ ଭାବ କଳ୍ପକ ଅଳ୍ପ ପରି ସରିବ ଗୋ