Gīta

Ana go duti syama murati thare

ଅନା ଗୋ ଦୂତୀ ଶ୍ୟାମ ମୂରତି ଥରେ

Text

Ghoṣā

ଅନା ଗୋ ଦୂତୀ ଶ୍ୟାମ ମୂରତି ଥରେ ଦେଖି କେ ଘାରି ନୋହିବ ମନମଥରେ

1

ଶିରେ ଶିଖଣ୍ଡ ଚୂଡ଼ା ମଲ୍ଲୀ ମାଳରେ ବେଢ଼ା ଯୁବତୀ ଜ୍ଞାନବୁଡ଼ା କୁଳ ମହତ ଛଡ଼ା ତ୍ରିଭଙ୍ଗ ଛନ୍ଦେ ଛିଡ଼ା ନୁହେଁ ନେତ୍ର ପିଛୁଡ଼ା ଦେଖି ତା ରୀତି

2

ହେଲେ ପତିବରତୀ ରଖିବ ନିକି ଧୃତି ମୁରଲୀ ଶୁଣି ଶ୍ରୁତି ତାରେ ଇଚ୍ଛିବ ରତି ଶ୍ୟାମବନ୍ଧୁ ପୀରତି ବିନାରେ କି ବରତି ପାରିବ ଥରେ

3

କେଳି ପାଦପ ନୀପମୂଳେ ଶ୍ୟାମଳ ରୂପ ଦର୍ଶନେ ସତୀ ଦର୍ପ ଭାଙ୍ଗିଯିବ କନ୍ଦର୍ପ ବାଣରେ ନିଶ୍ଚେ ଅପଘନ କରିବ ଅର୍ପଣ ସେ ସ୍ୱାର୍ଥରେ

4

ତ୍ରିଭଙ୍ଗ ଉଭା ଶୋଭା ଦେଖି କେ ଅବା ଲୋଭା ନୋହିବ ତା ପ୍ରତିଭା ରଖିଦେବକି ଯୁବା କୁଳବତୀ ବଲ୍ଲଭା ଆନ କରିବ ଜବା -ଧରୀ ବ୍ରତରେ

5

ଚିନ୍ତି ସେ ବେଣୁଧର ପୟର ବେଣୁଧର କବି ରଜନୀକର କହେ ସଜନୀ କର ଧରି କିଶୋରୀ ସାର ମଣି ଚିନ୍ତାମଣିର ପ୍ରେମ ରତରେ

Sources

Cite this record


Last updated 2026-11-01. Record as JSON