Rusi mu basili gele
ରୁଷି ମୁଁ ବସିଲି ଗେଲେ
Text
Ghoṣā
ରୁଷି ମୁଁ ବସିଲି ଗେଲେ ରେ ସଙ୍ଗାତ ମନ ମନସିଜ ଚକ୍ଷୁ ମୁଖ ଭୁଜ ଏମାନେ ମୋ ଶତ୍ରୁ ହେଲେ
1
ଦେଲି ଯେ ଗୁମାନ ଲାଞ୍ଚ ତୁ ଚଞ୍ଚଳ ନୁହ ମନ ବୋଲି କହି କେଭେ ନ ଛୁଇଁଲା ସେ ବ୍ରଜଛଇଳା ଶୋଭା ସମ୍ପତ୍ତିରେ ରହି
2
ରଖ ଧୃତି ମୋର ବୋଇଲି ଯେ ଛାର ମାରକୁ ପାଣି ପ୍ରସାରି ବିନ୍ଧି କୋଟି କୋଟି ବାଣ ହଟି ହଟି ଦେଲା ମୋ ଆବୁର ସାରି
3
ତଳ କଲି ମଥା ଜାଣି ଚପଳତା ସମ୍ପନ୍ନ ବୋଲି ଡୋଳା ନ ପଡ଼ି ଧରାରେ ମୁରଲୀଧରାରେ ରସି ରସି କଲା ଖେଳା
4
ଏ ପାପ ଲପନ ଦିଶୁଥାଇ ଆନ ବେଳେ ସାଭିମାନ ପରି ଜାଣି ସେହି କାଳ ରହିଲା କେବଳ ହାସ ଉଲ୍ଲାସରେ ପୂରି
5
ଭିଡ଼ି ଯେ ରଖିଲି ତେବେ ଭୁଜବଲ୍ଲୀ ତାହାରି ଆଶ୍ଳେଷେ ଶଙ୍କି ଟେକି ହୋଇଗଲା କାଳେ ନ ରହିଲା ସ୍ତନମୂଳ ଚେଳ ବାକି
6
କହେ ଶ୍ରୀ ବାଲୁଙ୍କେଶ୍ୱର ଜଗଦ୍ଦେବ ବୁଜିଲି ନୟନ ପୁଣି ଜାଣେ କି ମନ୍ତର ହେଲା ମୋ ଅନ୍ତରଗତ ସେହି ନୀଳମଣି