Bimalei bimalei heuthai muhin
ବିମଳେଇ ବିମଳେଇ ହେଉଥାଇ ମୁହିଁ
Text
Ghoṣā
ବିମଳେଇ ବିମଳେଇ ହେଉଥାଇ ମୁହିଁ ବିମଳାଙ୍କ ଠାରୁ ମୋର ଅନ୍ୟ ଗତି ନାହିଁ । ଯୋଡ଼ ଯେ କମଳା ମାଗୋ ପୟରେ ନୂପୁର ଚାହିଁଦେଲି ଖଣ୍ଡେ ଦୂରୁ ଦିଶୁଥିଲା ଚୂଳ । କଳା ଲୁଗା ଶାଢ଼ୀ ମାଗୋ ପିନ୍ଧନି ସେ କାଛି ସୁନା ଚିତା ରୂପା ଆଦି ଶ୍ରୀମୁଖରେ ଅଛି । ବାହାବିଦ କଳିଆରି ଶହେ ସୁନା ତାଡ଼ ହୃଦରେ ରତନ ହାର ଦିଶେ କି ସୁନ୍ଦର । ମନ୍ଦ ମନ୍ଦ ହାସ ମାଗୋ ପାଉଅଛି ଶୋଭା ମୁକୁତା ପାଶରେ ଶୋହୁଅଛି ଦିବ୍ୟ ଗଭା । ବାଇଶି ପାହାଚ ଠେଇଁ ଠିଆ ହୋଇ ଚାହିଁ ମନଯାକ ଛନ୍ନଛନ୍ନ ବିମଳାଙ୍କ ପାଇଁ । ଜଗନ୍ନାଥ ବାପା ମୋର ବିମଳେଇ ମାଆ ସଙ୍କଟ ପଡ଼ିଲା ବେଳେ ହୋଇଥିବ ସାହା । ପଦ୍ମପାଦ ଚରଣ ମୁଁ ପଶିଲି ଶରଣ ସିଦ୍ଧ ବିମଳେଇ କର ମୋତେ ଉଦ୍ଧାରଣ ।